ନିଖିଳ ଓଡିଶା ପନ୍ଦରା ସମାଜ • Nikhila Odisha Pandara Samaja • ନିଖିଳ ଓଡିଶା ପନ୍ଦରା ସମାଜ • Nikhila Odisha Pandara Samaja • ନିଖିଳ ଓଡିଶା ପନ୍ଦରା ସମାଜ • Nikhila Odisha Pandara Samaja •

ସଂଗଠନ — About Pandara Samaja

ସମାଜର ଇତିହାସ, ଉଦ୍ଦେଶ୍ୟ ଓ ସାଂସ୍କୃତିକ ପରିଚୟ।

ସ୍ୱାଗତ

ମନୁଷ୍ୟ ଏକ ସାମାଜିକ ପ୍ରାଣୀ । ବ୍ୟକ୍ତିବିଶେଷକୁ ନେଇ ସମାଜ ଗଠିତ । ବ୍ୟକ୍ତି ବ୍ୟକ୍ତି ମଧ୍ୟରେ ସ୍ନେହ, ଶ୍ରଦ୍ଧା ଓ ମମତାର ଅବଧୋକୁ ପାଥେୟ କରି ଶୃଙ୍ଖଳିତ ଜୀବନ ଯାପନ କରିବା ପାଇଁ ମନୁଷ୍ୟ ଆଗ୍ରହଶୀଳ ହୋଇ ସମାଜ ଗଠନ କରିଥାଏ । ଏଥିରେ ସେ ଅଶେଷ ଆନନ୍ଦ ଓ ଶାନ୍ତିଲାଭ କରେ । ସମଗ୍ର ବିଶ୍ବମାନବ ସ୍ନାନ, କାଳ ଓ ପାତ୍ର ଭେଦରେ ପୃଥକ ପୃଥକ ଭାବରେ ଏକ ନିର୍ଦ୍ଦିଷ୍ଟ ଜାତୀୟତା ମଧ୍ୟରେ ସାମାଜିକ ଜୀବନର ମାଧୁର୍ଯ୍ୟକୁ ଉପଭୋଗ କରେ । ଏହାକୁ ପାଥେୟ କରି ହିଁ ବିଭିନ୍ନ ଜାତି, ସମ୍ପ୍ରଦାୟର ସୃଷ୍ଟି ହୋଇଥାଏ । ଖଣ୍ଡତା ମଧ୍ୟରେ ଅଖଣ୍ଡତା ଦିବ୍ୟ ସ୍ପର୍ଶ ହିଁ ମନୁଷ୍ୟର ଅନ୍ତର୍ବୋଧ। ମାନବିକତାବୋଧ ସାମାଜିକ ଜୀବନର ମୂଳାଧାର । ଯେ ଯାହାର ବ୍ୟାବହାରିକ ମୂଲ୍ୟବୋଧ ଓ ଜାତୀୟ ଗୁଣକୁ ନେଇ ଆପଣା ଜାତିର ଘାତତ୍ତ୍ୱିକ ବଜାୟ ରଖିଛି । କୌଳିକବରି ଭିତ୍ତିକ ସାମାଜିକ ଜୀବନ ଅତିବାହିତ କରିବା କ୍ଷେତ୍ରରେ ବିଭିନ୍ନ ଜାତିର ଅଭ୍ୟୁଦେୟ ଘଟିଛି । ଜାତୀୟ ଗୁଣର ଉତ୍କର୍ଷ, ଶୃଙ୍ଖଳାବୋଧର ମହତ୍ତ୍ୱ ଏବଂ ସାଂସ୍କୃତିକ ମୂଲ୍ୟବୋଧର ସମୃଦ୍ଧି ମଧ୍ୟରେ ଗୋଟିଏ ଜାତିର ଗୌରବ ଅନ୍ତର୍ନିହିତ ଏଥିରେ ତିଳେମାତ୍ର ସନ୍ଦେହ ନାହିଁ । ପନ୍ଦରା ଜାତି କୃଷିଜୀବି ମଣିଷର ଏକ ରୂପାନ୍ତର । ବାଡ଼ିବଗିଚାରେ ବିଭିନ୍ନ କିସମର ପରିବା ଫସଲ ଉତ୍ପାଦନ କରିବାରେ ପନ୍ଦରା ଜାତିର ସ୍ୱତନ୍ତ୍ର୍ୟ ଓ ପାରଦର୍ଶିତା ବିଦ୍ୟମାନ । ପରିବା ଚାଷ ମାଧ୍ୟମରେ ଜୀବିକା ନିର୍ବାହ କରିବା ପନ୍ଦରା ଜାତିର ଏକ ଅବଲମ୍ବନ । ତେଣୁ ସମାଜର ସମସ୍ତ ବର୍ଗକୁ ବିଭିନ୍ନ ପରିବା ଯୋଗାଇ ଦେବାର ଏ ଜାତିର ଭୂମିକା ଅତ୍ୟନ୍ତ ତାତ୍ପର୍ଯ୍ୟପୂର୍ଣ୍ଣ । ଏହି ପନ୍ଦରା ଜାତି ସାଧାରଣତଃ ଏକ ପରିବାଚାଷୀ ପରିବାରର ସମଷ୍ଟି ଅଟେ । ବାଡ଼ ବା ପଦରରେ ବିଭିନ୍ନ କିସମର ପରିବା ଚାଷକୁ ବୃତ୍ତି ରୂପେ ଗ୍ରହଣ କରି ପୁରାତନ କାଳରୁ ନିଜର ସ୍ୱତନ୍ତ୍ରତା ରକ୍ଷା କରିଥିବାର ସମାଜ । ଦେଶଜ ଭାଷାରେ ଏହି ସଂପ୍ରଦାୟକୁ ପଦରିଆ ବୋଲି କହନ୍ତି । ଏହି ପଦରିଆ ଶବ୍ଦଟି କାଳକ୍ରମେ ପନ୍ଦରା ବୋଲି ଖ୍ୟାତ ହୋଇଛି । ସମ୍ଭବତଃ ଲୋକ ମୁଖରୁ ଉଚ୍ଚାରିତ ଧ୍ବନିର ପରିବର୍ତ୍ତନ ଯୋଗୁଁ ପଦରିଆ ଶବ୍ଦରୁ ପନ୍ଦରିଆ ଓ ପନ୍ଦରିଆ ଶବ୍ଦରୁ ପନ୍ଦରା ଶବ୍ଦର ବ୍ୟୁତ୍ପତ୍ତି ଘଟିଛି । ଏହି ପନ୍ଦରା ଜାତି ପଦର ଓ ବାଡ଼ିବଗିଚାରେ କାମ କରି ବିଭିନ୍ନ ପ୍ରକାର ନିତ୍ୟ ବ୍ୟବହାର୍ଯ୍ୟ ପନିପରିବା ଚାଷ କରି ଲୋକମାନଙ୍କୁ ଯୋଗାଇଥାନ୍ତି । ସମଗ୍ର ଓଡ଼ିଶାରେ ଏହି ଜାତି ୩୦ରୁ ଅଧିକ ସାଜ୍ଞାଧାରୀ ହୋଇ ନିଜ ନିଜର ପରିଚୟ ରକ୍ଷା କରି ଆସିଛନ୍ତି । ସେ ସମସ୍ତ ସାଜ୍ଞା ମଧ୍ୟରେ ବାଡ଼ତ୍ୟା, ବେହେରା, ଭଲଭାଇ, ସାନବଡ଼, ଅଧିକାରୀ, ଆଜନୀ, ଆମ୍ରେଲି, ବଡ଼ପନ୍ଦରା, ଭାଲୁ, ଚମ୍ପାଫୁଲ, ଚୌଧୁରୀ, ଦାମୋଦର, ହଳଧର, ଗଙ୍ଗା, ହରିଚନ୍ଦନ, ଜଟିଆ, କୋଟିଲିଙ୍ଗୀ, କୃଷିବିଶାରଦ, ଲେଙ୍କା. ମହାପାତ୍ର, ମଲ୍ଲୀଫୁଲ, ନାୟକ, ପନ୍ଦରା, ପଇସା, ସାମଲ, ସାମନ୍ତରାୟ, ଜୟପୁରିୟା, ପାତ୍ର, ଭଦ୍ରିକା, ପଲେଇ ରେଲୀ ଇତ୍ୟାଦି ଅନ୍ତର୍ଭୁକ୍ତ । ଏହି ଜାତିର ଅଧିକାଂଶ ସାଧାରଣତଃ ସଭ୍ୟସୀମିତ ସମ୍ବଳର ଅଧିକାରୀ । ସୀମିତ ସମ୍ବଳକୁ ନେଇ ସାଧ ଉପାୟରେ ସେଦାର୍ଜିତ ଧନ ଉପାର୍ଜନ କରି ନିଜ ନିଜର କର୍ମମୟ ଜୀବନ ଯାପନ କରିବାର ମୋହ ପନ୍ଦର ଜାତିକୁ ବିଶେଷ ଭାବରେ ଏକ ସୌଖୀନ, ସଂସ୍କୃତି ଓ କଳା ପ୍ରବଣ ଜାତି ଭାବରେ ଆତ୍ମ ପ୍ରତିଷ୍ଠିତ କରିଛି ଓଡ଼ିଶାର ଲୋକଗୀତ ଓ ନାଟକକୁ ବଞ୍ଚାଇ ରଖି ଏହି ଜାତି ରାମଲୀଳା, ରାଧା ପ୍ରେମଲୀଳା, ଯୋଡ଼ିଶଙ୍ଖ ଧ୍ବନି ମୃଦଙ୍ଗ ବାଦନ, ରଣପା ନାଚରେ ପନ୍ଦରା କୁଳୋଭବମାନେ ସେମାନଙ୍କର ନିପୁଣ ପାରଦର୍ଶିତା ଲାଭ କରିଛନ୍ତି ଏହି ପନ୍ଦରା ଜାତିକୁ ଭାରତ ସରକାର ଅନ୍ୟାନ୍ୟ ପଛୁଆ ବର୍ଗ ଜାତି (OBC) ରୂପେ ତାଲିକା କ୍ର.ନଂ. ୧୨୬ରେ ପଞ୍ଜିକୃତ କରିଛନ୍ତି ଏବଂ ଓଡ଼ିଶା ସରକାର ସାମାଜିକ ଅନୁନ୍ନତ ଶିକ୍ଷାଗତ ଜାତି (SEBC ରୂପେ ତାଲିକାରେ କ୍ର.ନଂ. ୧୩୦ ରୂପେ ପଞ୍ଜିକୃତ କରିଛନ୍ତି । ଗଞ୍ଜାମ ଜିଲ୍ଲାରେ ରହିଥିବା ସମସ୍ତ ଜାତିଭାଇ ମାନଙ୍କୁ ଏକାଠି କରି ନିଜର ପରିଚୟ ଜାହିର କରିବା ପାଳ ୧୯୫୮ ମସିହାରେ ପନ୍ଦରା ସମାଜର କେତେକ ଶୁଭେଚ୍ଛୁ, ଗଞ୍ଜାମ ଜିଲ୍ଲାର ଭେଟନଇଠାରେ ଏକ ସଭା"ଆୟୋଜନ କରିଥିଲେ