ନିଖିଳ ଓଡିଶା ପନ୍ଦରା ସମାଜ Nikhila Odisha Pandara Samaja
ସମାଜର ଇତିହାସ, ଉଦ୍ଦେଶ୍ୟ ଓ ସାଂସ୍କୃତିକ ପରିଚୟ — ଏକ ଗୌରବମୟ ପରମ୍ପରା History, mission and cultural identity — a legacy of pride and heritage
ସ୍ୱାଗତ Welcome
ମନୁଷ୍ୟ ଏକ ସାମାଜିକ ପ୍ରାଣୀ । ବ୍ୟକ୍ତିବିଶେଷକୁ ନେଇ ସମାଜ ଗଠିତ । ବ୍ୟକ୍ତି ବ୍ୟକ୍ତି ମଧ୍ୟରେ ସ୍ନେହ, ଶ୍ରଦ୍ଧା ଓ ମମତାର ଅବଧୋକୁ ପାଥେୟ କରି ଶୃଙ୍ଖଳିତ ଜୀବନ ଯାପନ କରିବା ପାଇଁ ମନୁଷ୍ୟ ଆଗ୍ରହଶୀଳ ହୋଇ ସମାଜ ଗଠନ କରିଥାଏ । ଏଥିରେ ସେ ଅଶେଷ ଆନନ୍ଦ ଓ ଶାନ୍ତିଲାଭ କରେ ।
ସମଗ୍ର ବିଶ୍ବମାନବ ସ୍ନାନ, କାଳ ଓ ପାତ୍ର ଭେଦରେ ପୃଥକ ପୃଥକ ଭାବରେ ଏକ ନିର୍ଦ୍ଦିଷ୍ଟ ଜାତୀୟତା ମଧ୍ୟରେ ସାମାଜିକ ଜୀବନର ମାଧୁର୍ଯ୍ୟକୁ ଉପଭୋଗ କରେ । ଏହାକୁ ପାଥେୟ କରି ହିଁ ବିଭିନ୍ନ ଜାତି, ସମ୍ପ୍ରଦାୟର ସୃଷ୍ଟି ହୋଇଥାଏ । ଖଣ୍ଡତା ମଧ୍ୟରେ ଅଖଣ୍ଡତା ଦିବ୍ୟ ସ୍ପର୍ଶ ହିଁ ମନୁଷ୍ୟର ଅନ୍ତର୍ବୋଧ। ମାନବିକତାବୋଧ ସାମାଜିକ ଜୀବନର ମୂଳାଧାର ।
Human beings are social creatures. Society is formed by individuals. Out of a desire to lead a disciplined life built on bonds of affection, respect, and compassion, people form communities. Through this, they experience immense joy and peace.
Across the world, people enjoy social life within distinct national identities, differentiated by time, place, and circumstances. It is through these bonds that various castes and communities have emerged. The divine touch of unity within diversity is the inner consciousness of humanity.
ପରିଚୟ ଓ ପରମ୍ପରା Identity & Heritage
ପନ୍ଦରା ଜାତି କୃଷିଜୀବି ମଣିଷର ଏକ ରୂପାନ୍ତର । ବାଡ଼ିବଗିଚାରେ ବିଭିନ୍ନ କିସಮର ପରିବା ଫସଲ ଉତ୍ପାଦନ କରିବାରେ ପନ୍ଦରା ଜାତିର ସ୍ୱତନ୍ତ୍ର୍ୟ ଓ ପାରଦର୍ଶିତା ବିଦ୍ୟମାନ । ପରିବା ଚାଷ ମାଧ୍ୟମରେ ଜୀବିକା ନିର୍ବାହ କରିବା ପନ୍ଦରା ଜାତିର ଏକ ଅବଲମ୍ବନ ।
ଦେଶଜ ଭାଷାରେ ଏହି ସଂପ୍ରଦାୟକୁ ପଦରିଆ ବୋଲି କହନ୍ତି । ଏହି ପଦରିଆ ଶବ୍ଦଟି କାଳକ୍ରମେ ପନ୍ଦରା ବୋଲି ଖ୍ୟାତ ହୋଇଛି । ସମ୍ଭବତଃ ଲୋକ ମଖୁରୁ ଉଚ୍ଚାରିତ ଧ୍ବନିର ପରିବର୍ତ୍ତନ ଯୋଗୁଁ ପଦରିଆ ଶବ୍ଦରୁ ପନ୍ଦରିଆ ଓ ପନ୍ଦରିଆ ଶବ୍ଦରୁ ପନ୍ଦରା ଶବ୍ଦର ବ୍ୟୁତ୍ପତ୍ତି ଘଟିଛି ।
The Pandara community is a transformation of agricultural people. They have unique expertise and transparency in producing various types of vegetable crops in gardens and orchards. Earning a livelihood through vegetable farming is a hallmark of the Pandara community.
In local language, this community is called "Padaria," which over time evolved into "Pandaria" and then "Pandara" — a natural phonetic evolution through generations of oral tradition.
ସାଜ୍ଞା / ଗୋଷ୍ଠୀ Clans & Sub-groups
ସମଗ୍ର ଓଡ଼ିଶାରେ ଏହି ଜାତି ୩୦ରୁ ଅଧିକ ସାଜ୍ଞାଧାରୀ ହୋଇ ନିଜ ନିଜର ପରିଚୟ ରକ୍ଷା କରି ଆସିଛନ୍ତି : Across Odisha, the community has maintained its identity through 30+ distinct clans:
ସଂସ୍କୃତି ଓ କଳା Culture & Art
ଯେ ଯାହାର ବ୍ୟାବହାରିକ ମୂଲ୍ୟବୋଧ ଓ ଜାତୀୟ ଗୁଣକୁ ନେଇ ଆପଣା ଜାତିର ଘାତତ୍ତ୍ୱିକ ବଜାୟ ରଖିଛି । ସୀମିତ ସମ୍ବଳକୁ ନେଇ ସାଧ ଉପାୟରେ ଧନ ଉପାର୍ଜନ କରି ନିଜ ନିଜର କର୍ମମୟ ଜୀବନ ଯାପନ କରିବାର ମୋହ ପନ୍ଦରା ଜାତିକୁ ବିଶେଷ ଭାବରେ ଏକ ସୌଖୀନ, ସଂସ୍କୃତି ଓ କଳା ପ୍ରବଣ ଜାତି ଭାବରେ ଆତ୍ମ ପ୍ରତିଷ୍ଠିତ କରିଛି ।
ଓଡ଼ିଶାର ଲୋକଗୀତ ଓ ନାଟକକୁ ବଞ୍ଚାଇ ରଖି ଏହି ଜାତି ରାମଲୀଳା, ରାଧା ପ୍ରେମଲୀଳା, ଯୋଡ଼ିଶଙ୍ଖ ଧ୍ବନି, ମୃଦଙ୍ଗ ବାଦନ, ରଣପା ନାଚରେ ପନ୍ଦରା କୁଳୋଭବମାନେ ସେମାନଙ୍କର ନିପୁଣ ପାରଦର୍ଶିତା ଲାଭ କରିଛନ୍ତି ।
The community's passion for living dignified lives with limited resources has established the Pandara people as a refined, culture-loving, and art-oriented community.
By preserving Odisha's folk songs and theatre, the Pandara community has gained mastery in traditional art forms like Ramleela, Radha Premleela, Jodishankha music, Mridanga drumming, and Ranapa dance — keeping ancient traditions alive for future generations.
ସରକାରୀ ସ୍ୱୀକୃତି Government Recognition
ଇତିହାସ Our History
ଆମ ସମାଜରେ ଯୋଗ ଦିଅନ୍ତୁ Join Our Community
ସଦସ୍ୟ ଭାବେ ପଞ୍ଜିକୃତ ହୋଇ ଆମ ସଂଗଠନରେ ସାମିଲ ହୁଅନ୍ତୁ Register as a member and be part of our growing organization
ସଦସ୍ୟ ପୃଷ୍ଠା → View Members →