ନିଖିଳ ଓଡିଶା ପନ୍ଦରା ସମାଜ

Nikhila Odisha Pandara Samaja

ସମ୍ପ୍ରଦାୟ, ସହଯୋଗ ଓ ସମୃଦ୍ଧି ପାଇଁ ଏକତାର ମଞ୍ଚ । A united platform for community, collaboration & prosperity.

ସଭାପତି / President

ସଭାପତି President

ନିଖିଳ ଓଡିଶା ପନ୍ଦରା ସମାଜ

"

ସଭାପତିଙ୍କ ବାର୍ତା President's Message

ଜାତିଗତ ଜାତୀୟମମତ୍ୱ ଜୀବନବୋଧର ଏକ ଶୃଙ୍ଖଳିତ ଧାରା ସଂବଳିତ ସାମାଜିକ ଶାଶ୍ବତ ସଂପର୍କ ନିର୍ବାହର ଅନନ୍ୟ ସ୍ବର ଓ ସ୍ବାକ୍ଷର ଆମ 'ନିଖିଳ ଓଡ଼ିଶା ପନ୍ଦରା ସମାଜ' । ଏହାର ଅନୁରାଗୀ ପ୍ରତ୍ୟେକ ପ୍ରିୟ ଶ୍ରଦ୍ଧାଳୁଙ୍କୁ ସ୍ନେହସୁମନ ଅର୍ପିତ ସୁସ୍ବାଗତଂ ତଥା ଅଭିନନ୍ଦନ ।

ଜୀବନଜୀବିକାର କୌଳିକ ଓ ମୌଳିକ ବୃଦ୍ଧି ପନିପରିବା ଚାଷ ଆମ ପନ୍ଦରା ଜାତିର ଅସଲ ପରିଚୟ । ଅନଗ୍ରସର ପଛୁଆବର୍ଗ ଜାତିବିଶେଷ ପର୍ଯ୍ୟାୟରେ ଏହା ସରକାରଙ୍କର ଘୋଷଣାନାମାରେ ସ୍ଥାନିତ ଅଥଚ ଅଦ୍ୟାବଧ ସାମଗ୍ରିକ ବିକାଶର ଫାଇବା ଫଳପ୍ରାପ୍ତି ପ୍ରାୟତଃ ଅନୁପಲବ୍ଧ ।

ସୁଖର କଥା, ଆମ ସମସ୍ତଙ୍କର ଜାତିଗତ ସମାଜଗଠନ ପ୍ରୀତିର ମିଳିତ ସତଃ ଉତ୍ସାହ, ଉଦ୍ଦୀପନା ଓ ଅଦମ୍ୟ ସାମୁହିକ ପ୍ରୟାସମୂଳକ ତପସ୍ୟାର ଫଳ ସରୂପ ପ୍ରତ୍ୟେକ ସ୍ତରରେ ଯୁଗୀୟ ଚାହିଦାର ନୂତନ ଢ଼ାଞ୍ଚାରେ 'ପନ୍ଦରା ସମାଜ' ସଂପ୍ରତି ସତ୍ୟ ଶିବ ଓ ସୁନ୍ଦରର ଅମୃତମୟ ସାଂଗଠନିକ ଚେହେରାରେ ଚଳଚଞ୍ଚଳ, ସକ୍ରିୟ ହୋଇପାରିଛି । ଏହାର ପ୍ରେକ୍ଷାପଟରେ ନିରନ୍ତର ଜଡ଼ିତଥିବା ସ୍ମୃତିସିକ୍ତ ଅର୍ଘ୍ୟର ଦିବଂଗତ ଯୋଗଜନ୍ମା ଅଗ୍ରଗଣ୍ୟ ଭକ୍ତିପୂତ ପୂଜାର ପୂର୍ବସୂରୀ ପୂଜ୍ୟ ସଂଗଠକ ସଜ୍ଜନମାନେ ଆମର ନିମସ୍ୟ, ଚିର ବନ୍ଦନୀୟ ଓ ସ୍ମରଣୀୟ ମଧ୍ୟ ।

ଆମ ସମାଜର ଉଜ୍ଜଳତମ ଭବିଷ୍ୟତ ଓ ବହୁବିଧ ଅଧୂରା ଅଧ‌ିକ ସପ୍ନକୁ ବାସ୍ତବ ରୂପ ଦେବା ଦିଗରେ ପ୍ରତ୍ୟେକ ପାହାଚରେ ସାଂଗଠନିକ ପ୍ରତିବଦ୍ଧତା ଓ ନିଷ୍କାପୂର୍ଣ କାର୍ଯ୍ୟ ନିର୍ବାହଣ ପ୍ରଣାଳୀକୁ ସଶକ୍ତ କରି ଆଗେଇ ନେବାର ମହାନ୍ ଜାତିଆଣ ଗୁରୁଦାୟିତ୍ୱସଂପନ୍ନ କର୍ଭବ୍ୟବୋଧ ବିଶେଷତଃ ଆଗାମୀ ଭବିଷ୍ୟତର ଗର୍ବଗୌରବ ପ୍ରତୀକିତ ଯୁବପୀଢ଼ିମାନଙ୍କ ଅହରହ ଚେଷ୍ଟା ଭିଭିକ ନିଷ୍ଠା ଓ ଟାଣୁଆ ନେତୃତ୍ୱ ଉପରେ ନିର୍ଭର କରେ । ପ୍ରତିଟି ମୁହୂର୍ତ୍ତରେ ସେମାନେ କର୍ମଯୋଗୀ ବୀରତ୍ବର ତୂର୍ଯ୍ୟନାଦ ବାଦନ କରି ଦୃଢ଼ ପ୍ରତିଜ୍ଞଶୀଳ ସାହସିକ ମାନସିକ ଚେତନା ପ୍ରଭାବରେ ଓତଃପ୍ରୋତ ଭାବେ ଉଜ୍ଜୀବିତ ହୋଇ ଆମ ଜାତିର ଟେକକୁ ଟାଣୁଆ ରଖିବେ ବୋଲି ନିର୍ଭରଯୋଗ୍ୟ ଆଶା ଓ ଆତ୍ମବିଶ୍ଵାସ ରହିଛି ।

ଆମ ଜାତି ଅପୂର୍ବ ଢ଼ଙ୍ଗର ମହାନ୍ ଜାତୀୟ ସ୍ରୋତରେ ସାମିଲ ହୋଇ ଯଥେଷ୍ଟ ଦୀପ୍ତିମୟ ତଥା ଉର୍ଜ୍ଜସ୍ବଳ ହେବାପାଇଁ ଆବଶ୍ୟକୀୟ ବୈପ୍ଳବିକ ପରିବର୍ତ୍ତନ ପଦକ୍ଷେପ ଭୂମିକା ନିମନ୍ତେ ଆଗାମୀ ସମୟକୁ ଅପେକ୍ଷା କରିଛି ।

ସମଗ୍ର ପନ୍ଦରା ଜାତି ନିମନ୍ତେ କୁଳପ୍ରେମୀ ମାନଙ୍କ ଶୁଭଙ୍କର ସତଃ ସଜାତିପ୍ରୀତି ସଂକଳ୍ପ ସ୍ପନ୍ଦନାୟିତ, ଛନ୍ଦାୟିତ ମାର୍ମିକ ମର୍ମବାଣୀର ନମୂନା ହେଉ ଶ୍ରେୟ ଓ ଧ୍ୟେୟ ଧାରାର ପ୍ରେରଣାପ୍ଳୁତ ଚିରନ୍ତନ ଆଦର୍ଶ ସମନ୍ବିତ ଆମ ସମସ୍ତଙ୍କର ସମର୍ପିତ ମିଳିତ ଆହ୍ବାନ ଝିଂକୃତ ସନ୍ଦେଶ ।

The spirit of caste-based national consciousness, nurtured through a disciplined stream of life values and eternal social bonds, finds its unique voice and identity in our 'Nikhila Odisha Pandara Samaja'. We extend our heartfelt welcome and warm greetings to every dear well-wisher and supporter of this organization.

Vegetable farming has been the traditional and fundamental livelihood of our Pandara community. Though classified under Other Backward Classes (OBC) by the Government of India and as a Socially and Educationally Backward Class (SEBC) by the Government of Odisha, the fruits of comprehensive development remain largely inaccessible to our people.

Encouragingly, through collective enthusiasm, inspiration, and relentless community efforts driven by a shared love for our societal organization, the 'Pandara Samaja' has become vibrant and active at every level, taking on a new, modern organizational identity rooted in truth, dignity, and beauty.

May this message serve as an inspiring, heartfelt call from all of us — a devoted, united appeal rooted in community love, noble aspirations, and the timeless ideals that guide our path forward.

— ସଭାପତି, ନିଖିଳ ଓଡିଶା ପନ୍ଦରା ସମାଜ — President, Nikhila Odisha Pandara Samaja

ରାଜ୍ୟ ନେତୃତ୍ୱ State Leadership

ସଦସ୍ୟ ସୂଚି Member Directory

ଜିଲ୍ଲା, ତାଳୁକା, ପଞ୍ଚାୟତ ଅନୁଯାୟୀ ଖୋଜନ୍ତୁ । Search by district, taluka, and panchayat.

ସମ୍ପ୍ରତି ଖବର / ଲେଖା News & Articles

ସମାଜର କାର୍ଯ୍ୟକଳାପ, ଘୋଷଣା ଓ ଉନ୍ନତି । Community activities, announcements & progress.

ସଂଗଠନ About Us

ଇତିହାସ, ପରିଚୟ ଓ ଉଦ୍ଦେଶ୍ୟ ପଢନ୍ତୁ । Read about our history, identity & mission.

ସୂଚନା Updates

ସମ୍ପର୍କ Contact

📧

ଇମେଲ Email

nikhilaodishapandarasamaja@gmail.com
📱

ଫୋନ Phone

ଆପଣଙ୍କ ଜିଲ୍ଲା ନେତାଙ୍କ ମାଧ୍ୟମରେ ଯୋଗାଯୋଗ କରନ୍ତୁ Contact through your district leaders

📍

ଓଡିଶା, ଭାରତ Odisha, India

ସମସ୍ତ ଜିଲ୍ଲାରେ ସକ୍ରିୟ Active across all districts